ରାଜ୍ୟକୁ ବନ୍ୟା ବିପଦ ନାହିଁ , ୨୦ଟି ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର : ଜଳସଂପଦ ବିଭାଗ

ଭୁବନେଶ୍ୱର- ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟକୁ ବନ୍ୟା ବିପଦ ନାହିଁ ବୋଲି ଜଳସଂପଦ ବିଭାଗ କହିଛି । ଚିହ୍ନଟ ହୋଇଥିବା ୨୦ଟି ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖାଯାଇଛି । ଆବଶ୍ୟକ ସ୍ଥଳେ ନାଇଟ୍ ପାଟ୍ରୋଲିଂ ପାଇଁ କୁହାଯାଇଛି । ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଜଳସଂପଦ ବିଭାଗ ସଜାଗ ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ସେ କହିଛନ୍ତି ଯେ,ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ହୋଇନାହିଁ । ହୀରାକୁଦ ଓ ରେଙ୍ଗାଲିକୁ ଛାଡିଦେଲେ ଅନ୍ୟ ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ୍ ଜଳ ରହିଛି । ବ୍ରାହ୍ମଣୀରେ ଜଳସ୍ତର ବଢୁଥିଲେ ମଧ୍ୟ ଏହା ବିଦ ସଙ୍କେତ ତଳେ ରହିଛି । ଆଖୁଆପଦାରେ ବୈତରଣୀ ଫୁୁଲୁଥିଲେ ମଧ୍ୟ ଏହା ବିପଦସଂକେତ ପାଖାପାଖି ରହିଛି । ସୁବର୍ଣ୍ଣରେଖାରେ ବି ବିପଦସଙ୍କେତ ତଳେ ପ୍ରବାହିତ ହେଉଛି ।

Comments are closed.