ସେପଟେମ୍ବର ୧୫ ପରେ ଆଶୀର୍ବାଦ ଯୋଜନାରେ ପିଲାଙ୍କୁ ମିଳିବ ନାହିଁ ସହାୟତା, ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ ଅନାଥ

ଭୁବନେଶ୍ୱର- ଏହି ମାସ ୧୫ ତାରିଖ ପରେ କୌଣସି ପିଲାମାନଙ୍କୁ ମିଳିବ ନାହିଁ ଆଶୀର୍ବାଦ ସହାୟତା । ବାପା-ମାଆଙ୍କୁ ହରାଇଥିବା ପିଲାମାନେ ଏଣିକି ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖି ଅବଗତ କରିଛି ମହିଳା ଓ ଶିଶୁ ବିଭାଗ । କୋଭିଡ ମୃତ୍ୟୁସଂଖ୍ୟା କମିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧ ଏପ୍ରିଲ ପହିଲାରୁ ରାଜ୍ୟ ସରକାର ଲାଗୁ କରିଥିଲେ ଆଶୀର୍ବାଦ ଯୋଜନା । ବାପା-ମାଆଙ୍କୁ ହରାଇଥିବା ପିଲାଙ୍କୁ ମାସିକ ଆର୍ଥିକ ସହାୟତା ମିଳୁଛି । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କ ମୃତ୍ୟୁ କ୍ଷେତ୍ରରେ ବି ମିଳୁଛି ସହାୟତା । ଯୋଜନାରେ ସାମିଲ ହୋଇସାରିଥିବା ପିଲାଏ ୧୮ ବର୍ଷ କିମ୍ବା ପୋଷ୍ୟ ହେବା ଯାଏ ଯୋଜନାର ସୁଫଳ ପାଇବେ ।

Comments are closed.