ରାଜ୍ୟରେ ୪୨୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ-କିଶୋରଙ୍କ ସଂଖ୍ୟା ୫୫

ଭୁବନେଶ୍ୱର – ରାଜ୍ୟରେ କୋରୋନା ଗ୍ରାଫ ଆହୁରି ତଳମୁହାଁ ହୋଇଛି । ଲଗାତର ଦ୍ୱିତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୨୮ ନୂଆ କୋରୋନା ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୫୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୨୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୭୯ ଓ କଟକରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୧, ଜଗତସିଂହପୁରରୁ ୨୦, ମୟୂରଭଞ୍ଜରୁ ୧୮, ବାଲେଶ୍ୱରରୁ ୧୮, ପୁରୀରୁ ୧୫, ଭଦ୍ରକରୁ ୧୦, ସମ୍ବଲପୁରରୁ ୯, ନୟାଗଡରୁ ୮, କେନ୍ଦ୍ରାପଡାରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୫, ଗଞ୍ଜାମରୁ ୪, ଦେବଗଡରୁ ୪, ନୂଆପଡାରୁ ୪, ରାୟଗଡାରୁ ୪, ବରଗଡରୁ ୩, ଢେଙ୍କାନାଳରୁ ୩, ଗଜପତିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ଟି ଜିଲ୍ଲାରୁ କୌଣସି ନୂଆ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୧୭ ହଜାର ୨୬୧ ଜଣ କୋଭିଡ ପଜିଟିଭ ହୋଇସାରିଛନ୍ତି । ୬ ହଜାର ୨୯୦ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.