ପ୍ରବଳ ବର୍ଷାରେ ବଲାଙ୍ଗୀର ବେହାଲ, ଜିଲ୍ଲାରେ ଦିନକ ପାଇଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର – ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚଞ୍ଚଳ ରାଣା । ଲଗାଣ ବର୍ଷା ଫଳରେ ବଲାଙ୍ଗିର ସହର ଜଳାର୍ଣ୍ଣବ ହୋଇଛି । ରାସ୍ତାରେ ଆଣ୍ଠୁଏଁ ଉଚ୍ଚତାର ପାଣି ଚାଲୁଛି । ସହରର ତଳିଆ ଅଂଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଘର ଭିତରେ ବର୍ଷା ପାଣି ପଶିଛି । ସହରର କିଛି ସ୍ଥାନରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଛି ।

Comments are closed.