ଅଣ୍ଡର ୧୮ ଏସୀୟ ବାଳିକା ରଗବୀ ସେଭେନ ପାଇଁ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି

ଭୁବନେଶ୍ୱର – ଉଜବେକିସ୍ତାନରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ୧୮ ବର୍ଷରୁ କମ୍ ଏସିଆନ୍ ବାଳିକା ରଗବୀ ସେଭେନ୍ସ ଚାମ୍ପିଅନସିପ୍ । ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାରୁ ତିନି ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । କେନ୍ଦୁଝରର ତରୁଲତା ନାଏକ, ମାମା ନାଏକ , ବରଗଡର ନିର୍ମାଲ୍ୟ ରାଉତଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଭାରତୀୟ ଦଳ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ଅଭ୍ୟାସ ଜାରି ରଖିଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶା ସରକାର ଓ କିଟ୍ ରଗବୀ ଇଣ୍ଡିଆର ମିଳିତ ପ୍ରାୟୋଜକ ଅଛନ୍ତି ।

Comments are closed.