ଭୁବନେଶ୍ୱର ରସୁଲଗଡରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ପଶ୍ଚିମବଙ୍ଗର ଦୁଇ ବେପାରୀ ଗିରଫ

ଭୁବନେଶ୍ୱର – ରାଜଧାନୀରେ ପୁଣି ଧରାପଡିଲା ବ୍ରାଉନସୁଗାର । ରସୁଲଗଡ ଅଞ୍ଚଳରୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ୧ କିଲୋ ୨୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର କରୁଥିବା ଦୁଇ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଂଚଳର ରକିବୁଲ୍ ଲସ୍କର ଓ ସୁଧାନ୍ୟ ଗାଆଣ ।

Comments are closed.