ହୀରାକୁଦକୁ ପଶିଲା ୨.୧୦ ଲକ୍ଷ୍ୟ କ୍ୟୁସେକ ପାଣି, ଖୋଲିଲା ୬ ଗେଟ୍

ସମ୍ବଲପୁର: ଲଘୁଚାପ ଯୋଗୁଁ ହୀରାକୁଦ ଉପରମୁଣ୍ଡରେ କ୍ରମାଗତ ବର୍ଷା ଲାଗି ରହିଛି । ଫଳରେ ହୀରାକୁଦକୁ ଏକକାଳୀନ ୨ ଲକ୍ଷ୍ୟ ୧୦ ହଜାର କ୍ୟୁସେକ ପର୍ଯ୍ୟନ୍ତ ପାଣି ପ୍ରବେଶ କରୁଛି । ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୬୨୬.୮୩ ଫୁଟରେ ପହଞ୍ଚିଛି । ସ୍ଥିତିକୁ ଦେଖି କର୍ତ୍ତୁପଖ୍ୟ ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ୬ଟି ଗେଟ୍ ଦେଇ ପ୍ରାୟ ୧ ଲକ୍ଷ୍ୟ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ନିଷ୍କାସନ ହେବ । ସେପଟେ ବର୍ତ୍ତମାନ ଜଳସ୍ତରକୁ ୬୨୮ ଫୁଟ ପର୍ଯ୍ୟନ୍ତ ରଖି ବଳକା ପାଣିକୁ ନିଷ୍କାସନ କରାଯିବ ବୋଲି କର୍ତ୍ତୁପଖ୍ୟ ଯୋଜନା କରିଛନ୍ତି ।

Comments are closed.