ଫୁଲବାଣୀ: ଦିବଙ୍ଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ପ୍ରଦାନ କଲେ କନ୍ଧମାଳ ଜିଲ୍ଲାପାଳ

ଫୁଲବାଣୀ: ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ରାଜ୍ୟ ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ରାଶି ୧୫ ଲକ୍ଷ ଟଙ୍କା ଆଜି ପ୍ରଦାନ କଲେ ଜିଲ୍ଲାପାଳ ଡା. ବୃନ୍ଦା ଡି ।

ଫୁଲବାଣୀରେ ଏକ ଖବର କାଗଜରେ ସାମ୍ବାଦିକ ଥିବା ଆଶୁତୋଷ ବେହେରା କୋବିଡ଼ ସଂକ୍ରମିତ ହୋଇ ୨୦ ମେ ୨୦୨୧ରେ ଫୁଲବାଣୀ କୋବିଡ଼ ମେଡିକାଲ ରେ ଭର୍ତି ହୋଇ ଚିକିତ୍ସୀତ ଅବସ୍ଥାରେ ୨୩ ମେ ୨୦୨୧ରେ ମୃତୁ ବରଣ କରିଥିଲେ। ରାଜ୍ୟ ସରକାର ସାମ୍ବାଦିକଙ୍କୁ କୋବିଡ଼ ଯୋଦ୍ଧା ଘୋଷଣା କରିବା ସହ ମୃତ ସାମ୍ବାଦିକମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାପାଇଁ ଘୋଷଣା କରିଥିଲେ। ସେହି ମୁତାବକ ଆଜି କନ୍ଧମାଳ ଜିଲ୍ଲାପାଳ ଡାକ୍ତର ବୃନ୍ଦା ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପତ୍ନୀ କମଳିନୀ ନାୟକଙ୍କୁ ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ।

ଜିଲା ପ୍ରଶାସନ ପକ୍ଷରୁ ଜିଲା ଅପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ୍ କରିଛନ୍ତି ଶ୍ରୀମତୀ ବେହେରା । ସହାୟତା ସମୟ ମଧ୍ୟରେ ପ୍ରଦାନ କରିଥିବାରୁ ଜିଲ୍ଲାପାଳଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।

Comments are closed.