ଭାରତରତ୍ନ ଏମ. ବିଶ୍ୱେଶରାୟଙ୍କ ଜନ୍ମବାର୍ଷିକୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ଭାରତର ସୁନାମଧନ୍ୟ ଯନ୍ତ୍ରୀ ଭାରତରତ୍ନ ଏମ.ବିଶ୍ୱେଶରାୟଙ୍କ ଜନ୍ମ ବାର୍ଷିକୀ । ତାଙ୍କ ଜନ୍ମଦିନକୁ ଭାରତରେ ଇଂଜିନିୟର ବା ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ. ବିଶ୍ୱେଶରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଶ୍ୱେଶରାୟ ଭାରତର ମହାନ ଦେଶନିର୍ମାତାଙ୍କ ମଧ୍ୟରେ ଥିଲେ ଅନ୍ୟତମ । ସେ ଦେଶରେ ଏକାଧିକ ଇଂଜିନିୟରିଂ କୃତି ସୃଷ୍ଟି କରିଛନ୍ତି । ଆଧୁନିକ ଭାରତର ନିର୍ମାଣରେ ଏମ. ବିଶ୍ୱେଶରାୟଙ୍କ ଆଦର୍ଶ ଦେଶର ସବୁ ଇଂଜିନିୟରଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.