ଦୈନିକ କୋରୋନା ସଂକ୍ରମଣ ୫ ଶହ ତଳେ ସ୍ଥିର , ଆଉ ୪୫୭ ନୂଆ ଆକ୍ରାନ୍ତ ତିହ୍ନଟ, ୭୩ ସଂକ୍ରମିତ ଶିଶୁ -କିଶୋର

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୫ ଶହ ତଳେ ହିଁ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୭୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ଶ୍ରେଣୀର । ସଙ୍ଗରୋଧରୁ ୨୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ୨୦୭, କଟକରୁ ୪୪, ବାଲେଶ୍ୱରରୁ ୨୮, ମୟୂରଭଞ୍ଜରୁ ୧୯, ଯାଜପୁରରୁ ୧୮,ଭଦ୍ରକରୁ ୧୦, ଜଗତସିଂହପୁରରୁ ୧୦, ସୁନ୍ଦରଗଡରୁ ୧୦, ପୁରୀରୁ ୭, ରାୟଗଡାରୁ ୭, ଗଞ୍ଜାମରୁ ୮, ଅନୁଗୁଳରୁ ୫, ନବରଙ୍ଗପୁରରୁ ୪, ନୟାଗଡରୁ ୪, କୋରାପୁଟରୁ ୪, ବରଗଡରୁ ୪, ଦେବଗଡରୁ ୩, ଗଜପତିରୁ ୩, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୩, ସମ୍ବଲପୁରରୁ ୩, ଝାରସୁଗୁଡାରୁ ୨, ବଲାଙ୍ଗିରରୁ ୧, ଢେଙ୍କାନାଳରୁ ୧, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୧୭ ହଜାର ୭୧୮ କୋରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩ ହଜାର ୬୦୩ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୯୪୮ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.