ଅକ୍ଟୋବର ପହିଲାରୁ ଅସନ୍ତୁଷ୍ଟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର- ଫଳାଫଳରେ ଅସନ୍ତୁଷ୍ଟ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ଆସନ୍ତାମାସ ୧ ତାରିଖରୁ ୧୧ ତାରିଖ ଯାଏଁ ହେବ । ରବିବାର ମଧ୍ୟ ପରୀକ୍ଷା ହେବ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ୧୩ ହଜାର ୪୩ ଜଣ ପିଲା ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି । କୋରୋନା ଗାଇଡଲାଇନ ମଧ୍ୟରେ ପରୀକ୍ଷା କରାଯିବ । ପିଲାମାନେ ଦୁଇଟି ଇଲେକ୍ଟିଭ ବିଷୟ ଓ ମାତୃଭାଷା ପରୀକ୍ଷା ଦେବେ । ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

ଏ ବର୍ଷ କୋରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା ବିକଳ୍ପ ମୂଲ୍ୟାୟନ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଥିଲା । ଜୁଲାଇ ୩୧ ତାରିଖରେ ଫଳ ପ୍ରକାଶ ପାଇଥିଲା । କିନ୍ତୁ ନିଜ ମାର୍କରେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଅଫଲାଇନ ପରୀକ୍ଷା କରିବାକୁ ସିଏଚଏସଇ ନିଷ୍ପତ୍ତି ନେଇଥିଲା ।

Comments are closed.