ବନ୍ଧା ହେଲେ କୋଟିପତି ଅଙ୍ଗନବାଡି ଦିଦି

ଭୁବନେଶ୍ୱର – ଖୋର୍ଦ୍ଧା କୋରଡକଂଟାର କୋଟିପତି ଅଙ୍ଗନବାଡି ଦିଦିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି କବିତା ମଥାନ । ତାଙ୍କୁ ଆଜି କୋର୍ଟ ଚାଲାଣ କରିବ ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଏବେ ସୁଦ୍ଧା କବିତାଙ୍କର ୪ କୋଟି ଟଙ୍କାର ସଂପତ୍ତି ଠାବ ହୋଇସାରିଛି । କେବଳ ଭୁବନେଶ୍ୱରରେ ହିଁ କବିତାଙ୍କର ୫ଟି କୋଠାଘର ରହିଥିବା ସୂଚନା ମିଳିଛି ।

Comments are closed.