ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର- କୋରାପୁଟ କୋଡପାଡର ପୂୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ରଶେଖର । ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ କୋରାପୁଟ କୋଟପାଡରୁ ନିର୍ବାଚିତ ହୋଇଥିଲେ ଚନ୍ଦ୍ରଶେଖର । କିନ୍ତୁ ୨୦୧୯ରେ ସେ ବିଜେଡିର ପଦ୍ମିନୀ ଦିଆନଙ୍କଠାରୁ ହାରିଯାଇଥିଲେ । ହେଲେ ସେ ୬୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ସଂଗଠନକୁ ଆହୁରି ସୁଦୃଢ କରିବାକୁ ବିଜେଡି ଚନ୍ଦ୍ରଶେଖରଙ୍କୁ ଦଳରେ ସାମିଲ କରିଛି । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚନ୍ଦ୍ରଶେଖର ।

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Comments are closed.