ଲଗାଣ ବର୍ଷାରେ ରାଜ୍ୟରେ କ୍ଷୟକ୍ଷତି ସଂପର୍କିତ ସୂଚନା ଦେଲେ ଏସଆରସି, ୪ ମୃତ ୨ ନିଖୋଜ, ୧୩୯ ରାସ୍ତା ଜଳମଗ୍ନ

ଭୁବନେଶ୍ୱର – ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି । ବର୍ଷା ଯୋଗୁଁ ୧୩୯ଟି ରାସ୍ତା ଜଳମଗ୍ନ ହୋଇଥିଲା । ଏବେ ପରିସ୍ଥିତି ସୁଧୁରିବାରେ ଲାଗିଛି । ୭ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଲନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି ପ୍ରେସମିଟରେ କହିଛନ୍ତି । ସେ କହିଛନ୍ତି ଯେ, ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୁଢାବଳଙ୍ଗ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । କିନ୍ତୁ ବିପଦ ସଂକେତ ଟପିବ ନାହିଁ ବୋଲି ଏସଆରସି କହିଛନ୍ତି । ହୀରକୁଦର ଆଉ ୫-୭ଟି ଗେଟ୍ ଖୋଲିଲେ ବନ୍ୟା ସ୍ଥିତି ହେବ ନାହିଁ ବୋଲି ଏସଆରସି ପି.କେ ଜେନା କହିଛନ୍ତି ।

Comments are closed.