ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲାରେ ଅଧିକ ଲୋକଙ୍କୁ ଜେରା : ବାଲେଶ୍ୱର ଏସପି

ବାଲେଶ୍ୱର- କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଲିକ୍ ଘଟଣାରେ ଆଉ କିଛି ଲୋକଙ୍କୁ ଜେରା କରାଯାଉଛି । ବାଲେଶ୍ୱର ଏସପି ସୁଧାଂଶୁ ମିଶ୍ର ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ଗତକାଲି ଡିଆରଡିଓର ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ଅଗ୍ରଗତି ଦେଖି ଆବଶ୍ୟକତା ଅନୁସାରେ ଲୋକଙ୍କୁ ଜେରା କରାଯାଉଛି ବୋଲି ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି । ହନିଟ୍ରାପ କଥାକୁ ଅସ୍ୱୀକାର କରାଯାଉ ନାହିଁ ବୋଲି ଏସପି କହିଛନ୍ତି । ଏଣେ ଗିରଫ ୪ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ବାଲେଶ୍ୱର ଏସଡିଜେଏମ୍ କୋର୍ଟରେ ସେମାନଙ୍କୁ ହାଜର କରାଯାଇଛି ।

Comments are closed.