ଭୟଙ୍କର ରୂପ ଧରିଲାଣି ମହାନଦୀ, ହୀରାକୁଦର ୨୮ ଗେଟ୍ ଖୋଲିଲା

ସମ୍ବଲପୁର: ମହାନଦୀ କରାଳ ରୂପ ଧାରଣ କରିଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟାହ୍ନରେ ହୀରାକୁଦକୁ ୫ ଲକ୍ଷ୍ଯ ୨୦ ହଜାର କ୍ୟୁସେକ ପାଣି ଆସୁଛି | ଫଳରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୁପଖ୍ୟ ୨୮ଟି ଗେଟରେ ଜଳ ନିଷ୍କାସନ କରୁଛନ୍ତି | ଉପରମୁଣ୍ତରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଜଳ ସ୍ତର ବୃଦ୍ଧି ପାଉଛି । ଆଜି ମଧ୍ୟାହ୍ନ ବେଳକୁ ୬୨୮.୬୫ ଫୁଟରେ ପହଞ୍ଚିଛି | ମଙ୍ଗଳବାର ସଂଦ୍ଧ୍ୟାରେ ୬ଟି ଗେଟ ଖୋଲାଯାଇଥିବା ବେଳେ ବୁଧବାର ପର୍ଯ୍ୟାୟ କ୍ରମେ ୧୮ଟି ଗେଟ ଖୋଲିଲା । ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଥିଲା । ସେହିପରି ୨୮ ଗେଟ୍ ଦେଇ ୪ ଲକ୍ଷ୍ୟ ୮୦ ହଜାର ୬୯୨ କ୍ୟୁସେକ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ରେ ଥିବା ଖାଇରମାଲ ସେକେଣ୍ତ ପ୍ରତି ୬ ଲକ୍ଷ୍ୟ ୩୮ ହଜାର କ୍ୟୁସେକ, ବାରମୂଳ ରେ ୪ ଲକ୍ଷ୍ୟ ୮୨ ହଜାର ୨୫୦ କ୍ୟୁସେକ ଏବଂ ମୁଣ୍ଡୁଳି ରେ ୫ ଲକ୍ଷ୍ୟ ୮୨ ହଜାର ୮୬୫ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି ।

Comments are closed.