ହୀରାକୁଦ ଉପରମୁଣ୍ଡରେ ବହୁ ଗାଁକୁ ପଶିଲା ବନ୍ୟା ପାଣି

ଝାରସୁଗୁଡା/ବରଗଡ: ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଭୟଙ୍କର ରୂପ ଧାରଣ କରିଛି । ହୀରାକୁଦକୁ ପ୍ରାୟ ୫ ଲକ୍ଷ୍ୟ କ୍ୟୁସେକ ପାଣି ପ୍ରବେଶ କରୁଛି । ମହାନଦୀ ଫୁଲିବା ଫଳରେ ଉପରମୁଣ୍ଡର ଓଡିଶା ସୀମାନ୍ତ ବରଗଡ ଓ ଝାରସୁଗୁଡାର ଅନେକ ଗାଁ ବନ୍ୟା ପାଣି ଘେରରେ ରହିଯାଇଛି । ବରଗଡ ଜିଲ୍ଲାର ଚିଖିଲି, ବେନିଆପାଲି, ଅନ୍ତରାଡି ଏବଂ ଘୁଘୁରାପାଲି ଗାଁରେ ବନ୍ୟା ପାଣି ପଶିଥିବା ବେଳେ ଝାରସୁଗୁଡା ଜିଲ୍ଲାର ମୁହୁଦି, ସରଧା ଆଦି ଗାଁ ମଧ୍ୟ ପ୍ରଭାବିତ ହୋଇଛି ।

ପ୍ରଭାବିତଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଥିବା ବେଳେ ପ୍ରଶାସନ ପଖ୍ୟରୁ ରିଲିଭ ମଧ୍ୟ ଆରମ୍ଭ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି | ବରଗଡ ଜିଲ୍ଲାର ପ୍ରଭାବିତ ଗାଁ ଗୁଡିକରେ ଅମ୍ବାଭୋନା ତହସିଲଦାର କ୍ୟାମ୍ପ କରି ଉଦ୍ଧାର ଓ ରିଲିଭ କାମର ତଦାରଖ କରୁଛନ୍ତି । ସେପଟେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସମେତ ବିଜେଡି କର୍ମକର୍ତ୍ତାଙ୍କ ପଖ୍ୟରୁ ମଧ୍ୟ ଝାରସୁଗୁଡା ଜିଲ୍ଲାରେ ପ୍ରଭାବିତଙ୍କ ଥଇଥାନ ପାଇଁ ଉଦ୍ୟମ ଚାଲିଛି ।

Comments are closed.