ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନ ଖାରଜ କଲେ ହାଇକୋର୍ଟ

କଟକ – ପାର୍ବଣରେ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ବାଲୁବଜାର ପୂଜା କମିଟିର ଆବେଦନ ଖାରଜ ହୋଇଯାଇଛି । ସରକାରଙ୍କ ନିୟମ ଅନୁସାରେ ହିଁ ମୂର୍ତ୍ତି ନିର୍ମାଣ ହେବ । ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମହାମାରୀ ବେଳେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ପାର୍ବଣରେ ଭିଡ ଯୋଗୁଁ ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ରାଜ୍ୟ ସରକାର ପୂଜାରେ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ
ଅଧିକ ନ କରିବାକୁ ପାର୍ବଣ ଗାଇଡଲାଇନ୍ସ ଜାରି କରିଥିଲେ । ଏହାକୁ କଟକର କିଛି ପୂଜା କମିଟି ବିରୋଧ କରିଥିଲେ । ରାଜ୍ୟ ସରକାରଙ୍କୁ ନିଷ୍ପତ୍ତିର ପୁନଃବିଚାର ପାଇଁ ମଧ୍ୟ ଅପିଲ କରାଯାଇଥିଲା । ବାଲୁବଜାର ପୂଜା କମିଟି ପକ୍ଷରୁ ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।

Comments are closed.