ଓଡ଼ିଶା ଫରେଷ୍ଟ ସର୍ଭିସ ପରୀକ୍ଷା ଫଳ ପ୍ରକାଶ, ୬୭ ଜଣ ପାସ୍ | News Room Odisha

ଓଡ଼ିଶା ଫରେଷ୍ଟ ସର୍ଭିସ ପରୀକ୍ଷା ଫଳ ପ୍ରକାଶ, ୬୭ ଜଣ ପାସ୍

ଭୁବନେଶ୍ୱର-ଓଡିଶା ଫରେଷ୍ଟ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୬୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ପରୀକ୍ଷାରେ କୋରାପୁଟ ର ଆୟୁଷୀ ପତି ଟପ୍ପର ହୋଇଛନ୍ତି । ଓୟୁଏଟିରେ ଏମଏସସି ଡିଗ୍ରୀ ହାସଲ କରିଥିବା ଆୟୁଷୀ ପ୍ରଥମ ଥର ଓଏଫସି ପରୀକ୍ଷା ଦେଇଥିଲେ ।