୧୮ ଘଣ୍ଟାରୁ ଅଧିକ ସମୟ ବିତିଲା, ଖୋଲା ନାଳରେ ଭାସିଯାଇଥିବା ଛାତ୍ରର ପତ୍ତା ମିଳିନାହିଁ

ଭୁବନେଶ୍ୱର – ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ସ୍କୁଲ୍ ଛାତ୍ର ଜ୍ୟୋତିର୍ମୟଙ୍କୁ ୧୮ ଘଣ୍ଟାରୁ ଅଧିକ ସମୟ ପରେ ବି ଠାବ କରାଯାଇପାରି ନାହିଁ । ଅଗ୍ନିଶମ ବାହିନୀର ୫ଟି ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ତଲାସୀ ଜାରି । ଗତକାଲି ଟ୍ୟୁସନ ଯିବାବେଳେ ବିଏମସିର ଶତାବ୍ଦୀନଗର ଦେଇ ଯାଇଥିବା ୮ ନମ୍ବର ନାଳରେ ପାଣିରେ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିର୍ମୟ ବେହେରା ଓରଫ ରାଜା । ଗତକାଲି ଅଗ୍ନିଶମ ବାହିନୀ ୮ ଘଂଟା କାଳ ଖୋଜାଖୋଜି କଲା ପରେ ରାଜାର ପତ୍ତା ପାଇ ନ ଥିଲେ । ଆଜି ସକାଳ ୬ରୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛି ।

Comments are closed.