ସୌମ୍ୟ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର – ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କର ଲାଏ ଡିଟେକସନ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ପୂର୍ବପି ଦୁଇ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହୋଇସାରିଛି । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକସନ୍ ଟେଷ୍ଟ ହୋଇସାରିଛି । ବିଦ୍ୟାଭାରତୀଙ୍କ ସମେତ ଏହି ଦୁଇ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ସୌମ୍ୟଙ୍କ ପରିବାର । ସୂଚନାଯୋଗ୍ୟରେ ଏହି ବହୁଚର୍ଚ୍ଚିତ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଛି । ପୂର୍ବରୁ ସବୁ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିସାରିଛି କ୍ରାଇମବ୍ରାଂଚ୍ ।

Comments are closed.