୧୮ ବର୍ଷରୁ କମ୍ ଏସିଆ ମହିଳା ରଗବୀ- ୭ରେ ରୌପ୍ୟ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ୧୮ ବର୍ଷରୁ କମ୍ ଏସିଆ ମହିଳା ରଗବୀ ୭ ଚାମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭବିଷ୍ୟତରେ ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଉଜବେକିସ୍ତାନର ରାଜଧାନୀ ତାସକେଂଟରେ ଆୟୋଜିତ ଚାମ୍ପିଅନସିପରେ ଭାରତୀୟ ଦଳ ଫାଇନାଲରେ ୟୁଏଇଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ଦଳରେ ଓଡିଶାର ୩ ଜଣ ଖେଳାଳି ଥିଲେ । ଓଡିଶା ସରକାର ଓ କିଟ୍ ମିଳିତ ଭାବେ ଭାରତୀୟ ରଗବୀର ପ୍ରାୟୋଜକ ଅଛନ୍ତି ।

Comments are closed.