କରୋନା ଅପଡେଟ୍: ଦେଶରେ ଆଉ ୩୦,୨୫୬ ନୂଆ ମାମଲା, ୨୯୫ ମୃତ

ନୂଆଦିଲ୍ଲୀ: କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ୩୦ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୩୦,୨୫୬ ନୂଆ ମାମଲା ଆସିଥିବା ବେଳେ ୨୯୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ୪୩,୯୩୮ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ୧୩,୯୭୭ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୩୪ ଲକ୍ଷ ୭୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୫ ହଜାର ୧୩୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୭ ଲକ୍ଷ ୧୫ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ସମୁଦାୟ ୩ ଲକ୍ଷ ୧୮ ହଜାର ୧୮୧ ଜଣ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ସାରା ଦେଶରେ ୮୦ କୋଟି ୮୫ ଲକ୍ଷ ୬୮ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୩୭.୭୮ ଲକ୍ଷ ଟିକା ଦିଆଯାଇଥିଲା।

Comments are closed.