ରାୟଗଡା ଜିଲ୍ଲାର ବିଭିନ୍ନ ଦଳର ନେତା ଓ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର – ବିଜେଡିର ଆଜି ଯୋଗଦାନ ପର୍ବରେ ଜେଏମଏମ,କଂଗ୍ରେସ ଓ ବିଜେପିର ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି । ପ୍ରଥମେ ଜେଏମଏମ ରାଜ୍ୟ ଶାଖାର ଦୁଇ ଟାଣୁଆ ନେତା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଯୋଗଦାନ ପର୍ବରେ ଦଳରେ ଯୋଗ ଦେଲା ପରେ ରାଜ୍ୟସଭା ସଦସ୍ୟ ସୁବାସ ସିଂହଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ଯୋଗଦାନ ପର୍ବରେ ରାୟଗଡା ଜିଲ୍ଲାର ବିଭିନ୍ନ ଦଳର କର୍ମକର୍ତ୍ତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି ।

ସୁବାସଙ୍କ ସରକାରୀ ବାସଭବନରେ ଆୟୋଜିତ ଯୋଗଦାନ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଜଗନ୍ନାଥ ସାରକା,ସାଂସଦ ଭାସ୍କର ରାଓ, ବିଧାୟକ ଅତନୁ ସବ୍ୟସାଚୀ, ରଘୁନାଥ ଗମାଙ୍ଗୋ ପ୍ରମୁଖ ଉପସ୍ଥିିତ ରହି ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଏହା ଦ୍ବାରା ଦଳର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହି ଯୋଗଦାନ ଦ୍ୱାରା ବିଜେଡିର ଶକ୍ତି ବଢିଛି ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ କହିଛନ୍ତି ।

Comments are closed.