ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା : ଜଣେ ଅଭିଯୁକ୍ତଙ୍କ ଆକାଉଂଟକୁ ଦୁବାଇରୁ ଆସିଛି ଟଙ୍କା

ଭୁବନେଶ୍ୱର- ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଅନେକ ଚାଂଚଲ୍ୟକର ତଥ୍ୟ ମିଳିବାରେ ଲାଗିଛି । ଗିରଫ ୫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଜେରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇରୁ ୨ଟି କିସ୍ତିରେ ୩୮ ହଜାର ଟଙ୍କା ଆସିଥିବା ଜଣାପଡିଛି । ଜଣେ ମହିଳା ବିଭିନ୍ନ ନାଁରେ ଏମାନଙ୍କ ସହ ସୋସିଆଲ ମିଡିଆରେ କଥା ହୋଇଛନ୍ତି । ବ୍ରିଟେନର ଏକ ଟେଲିଫୋନ ନମ୍ବର ମାଧ୍ୟମରେ ଯୋଗାଯୋଗ ହୋଇଛି । ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଜବତ ହୋଇଛି । ଯାଞ୍ଚ ପାଇଁ ତାହା ଫରେନସିକ ଲ୍ୟାବକୁ ପଠାଯିବ । ସେମାନଙ୍କ ବ୍ୟାଙ୍କ୍ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଂଚା କରାଯାଉଛି ବୋଲି କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏଣେ ଗିରଫ ଅଭିଯୁକ୍ତଙ୍କୁ ବାୟୁସେନାର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଜେରା କରୁଛି ବୋଲି ସେ କହିଛନ୍ତି । ସବୁ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଂଚ୍ ।

Comments are closed.