କମିଶନରେଟ ପୋଲିସରେ ଅଦଳବଦଳ, ୬୦ ଏସଆଇ ଓ ଏଏସଆଇଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର – କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱରର ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇଙ୍କ ମଧ୍ୟରେ ଅଦଳବଦଳ ହୋଇଛି । ୬୦ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । କ୍ୟାପିଟାଲ ଥାନାରୁ ସହିଦନଗର ଥାନାକୁ ବଦଳି ହୋଇଛନ୍ତି ଏସଆଇ ସନ୍ତୋଷିନୀ ବେହେରା । ଲିଙ୍ଗରାଜ ଥାନାରୁ ତମାଣ୍ଡୋ ବଦଳି ହୋଇଛନ୍ତି ଏସଆଇ ସନ୍ତୋଷ ନାୟକ । ଖଣ୍ଡଗିରିରୁ ଜଟଣୀ ଗଲେ ନିରଞ୍ଜନ ଓଝା । ବାଲିଅନ୍ତାରୁ ଜଟଣୀ ବଦଳି ହୋଇଛନ୍ତି ପ୍ରଫୁଲ୍ଲ ସାହୁ । ଖଣ୍ଡଗିରିରୁ ଚନ୍ଦ୍ରଶେଖରପୁର ବଦଳିହୋଇଛନ୍ତି ସୁଶାନ୍ତ କୁମାର ସ୍ୱାଇଁ । ସହିଦନଗରରୁ ଚନ୍ଦ୍ରଶେଖରପୁର ଗଲେ ସୁଶାନ୍ତ କୁମାର ସେଠୀ । ଧଉଳି ଥାନାରୁ ଏୟାରଫିଲ୍ଡ ଥାନାକୁ ବଦଳି ହୋଇଛନ୍ତି ମଧୁସୂଦନ ଭୋଇ । ଚନ୍ଦ୍ରଶେଖରପୁରରୁ ନୟାପଲ୍ଲୀ ଗଲେ ସୁରେନ୍ଦ୍ର ଦେହୁରୀ ।

ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି ।

Comments are closed.