ଅକ୍ଟୋବରରେ ଷ୍ଟାରପ୍ଲସରେ ପ୍ରସାରଣ ହେବ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’

ଭୁବନେଶ୍ୱର – ଇଂରେଜଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରାଣବଳି ଦେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ନିର୍ମିତ ଧାରାବାହିକ ଖୁବ୍ ଶୀଘ୍ର ଘରୋଇ ମନୋରଂଜନ ଚ୍ୟାନେଲ ଷ୍ଟାରପ୍ଲସ ଓ ଡିଜନୀ ହଷ୍ଟଷ୍ଟାରରେ ପ୍ରସାରଣ ହେବ । ଅକ୍ଟୋବର ମାସରୁ ପ୍ରସାରିତ ହେବ ଏହି ଧାରାବାହିକ । ଓଡିଶାର ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରବାହିକର ନାମ ରହିଛି ‘ବିଦ୍ରୋହୀ’ । ଧାରାବାହିକରେ ଓଡିଶାର ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି କୁହାଯାଇଛି । ଧାରାବାହିକର ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶରଦ ମାଲହୋତ୍ରା ।

Comments are closed.