ଭୁବନେଶ୍ୱର – ରାଜ୍ୟରେ ଟିକାକେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ପୂର୍ବରୁ ୧୬ ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଏବେ ଟିକା କେନ୍ଦ୍ର ସଂଖ୍ୟା ୧ ହଜାର ୭୭୪ ରହିଛି । ଦୈନିକ ଚାରି ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ହେଲେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
Comments are closed.