ଏହା ଏକ ପ୍ରାଚୀନ ପରମ୍ପରା ଯାହାର ବିଶେଷ ମହତ୍ତ୍ଵ ବା ଉଦ୍ଦ୍ଯେଶ ଅଛି । ବାସ୍ତବରେ ମନ୍ଦିରର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ ।ଆଜକାଲି ପ୍ରାୟତଃ ଲୋକମାନେ ଭୁଲିଯାଇଛନ୍ତି । ଏହି ଶ୍ଳୋକକୁ ମନେରଖି, ଆସୁଥିବା ପିଢିକୁ ବି ଅବଗତ କରାଇବା ଦରକାର ।
ଶ୍ଳୋକଟି :-
” ଅନାୟାସେନ ମରଣମ୍ ,
ଵିନା ଦେନ୍ୟେନ ଜୀବନମ୍।
ଦେହାନ୍ତେ ତବ ସାନିଧ୍ୟମ ,
ଦେହିମେ ପରମେଶ୍ବରମ୍॥”
ଏହାର ଅର୍ଥ:-
୧) ‘ଅନାୟାସେନ ମରଣମ୍’ : ଅର୍ଥାତ୍ ,ବିନା କଷ୍ଟରେ ମୃତ୍ୟୁ ହେଉ ଏବଂ ବେମାର ନ ହୋଇ ଶେଯରେ ନ ପଡେ, କଷ୍ଟ ସ୍ବୀକାର କରି ମୃତ୍ୟୁ ପ୍ରାପ୍ତ ନ ହେଉ,ଚାଲିବା ବୁଲିବା ଅବସ୍ଥାରେ ପ୍ରାଣ ଯାଉ ।
୨) ‘ଵିନା ଦେନ୍ୟେନ ଜୀବନମ୍ : ଅର୍ଥାତ୍,ପର ଉପରେ ନିର୍ଭର କରି ଜୀବନ ନ ଯାଉ। ସମସ୍ତେ ମୁକ୍ତ ଜୀବନ ଚାହାଁନ୍ତି, ଏହା ସମସ୍ତଙ୍କର ନୈସର୍ଗିକ ଇଛା।
ତୁଳସୀ ଦାସ ରାମ ଚରିତମାନସରେ ଲେଖିଛନ୍ତି,
“ କତ ବିଧି ସୃଜି ନାରୀ ଜଗ ମାହି। ପରାଧୀନ ସପନେହୁ ସୁଖ ନାହିଁ “। ଅର୍ଥାତ ଭଗବାନ ଙ୍କ କୃପାରେ କାହାକୁ ଭିଖ ନମାଗି ଜୀବନ ଚାଲିଯାଉ।
୩) ‘ଦେହାନ୍ତରେ ତବ ସାନିଧ୍ୟମ’ : ଅର୍ଥାତ୍,ଯେବେ ବି ମରଣ ଆସୁ ଭଗବାନ ସମ୍ମୁଖରେ ରୁହନ୍ତୁ ତାଙ୍କ ର ଦର୍ଶନ କରୁକରୁ ପ୍ରାଣ ଚାଲିଯାଉ ।
୪) ‘ଦେହିମେ ପରମେଶ୍ବରମ୍ : ଅର୍ଥାତ୍, ହେ ପରମେଶ୍ଵର ଏହି ବରଦାନ ମୋତେ ଦିଅନ୍ତୁ ।
ଭଗବାନଙ୍କୁ ପ୍ରାର୍ଥନାପୁର୍ବକ ଉପରୋକ୍ତ ଶ୍ଳୋକଟି ପାଠ କରନ୍ତୁ । ଗାଡି, ପୁତ୍ର, ପୁତ୍ରି, ପତି, ପତ୍ନୀ, ଘର, ଧନ ଇତ୍ୟାଦି (ଅର୍ଥାତ୍ ସଂସାର) ମାଗନ୍ତୁ ନାହିଁ। କାରଣ ଭଗବାନ ତ ଆପଣଙ୍କ ପାତ୍ରତା ଅନୁସାରେ ସ୍ବୟଂ ଆପଣଙ୍କୁ ସବୁକିଛି ଦେଉଛନ୍ତି । ତେଣୁ ଦର୍ଶନ କରିବା ପରେ ବସିକରି ଏହି ପ୍ରାର୍ଥନା ଅବଶ୍ୟ କରିବା ଉଚିତ୍ । ଏହା ପ୍ରାର୍ଥନା , ଯାଚନା ନୁହେଁ । ଯାଚନା ତ ସାସାଂରିକ ପଦାର୍ଥ ପ୍ରତି ହୋଇଥାଏ, ତାହା ଭିକ୍ଷା ।
‘ପ୍ରାର୍ଥନା ‘ଶବ୍ଦର ‘ପ୍ର’ର ଅର୍ଥ ‘ବିଶେଷ ‘ଅର୍ଥାତ୍ ବିଶିଷ୍ଟ, ଶ୍ରେଷ୍ଠ ଏବଂ ‘ଅର୍ଥନା’ ଅର୍ଥ ନିବେଦନ ।ପ୍ରାର୍ଥନାର ଅର୍ଥ ହେଲା ବିଶେଷ ନିବେଦନ । ଏହି ପ୍ରାର୍ଥନା ହିଁ ମନ୍ଦିର ଦର୍ଶନ ର ପ୍ରକୃତ ଫଳ।
Comments are closed.