ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ତାଙ୍କ ମତରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ବଢିଛି, ତାହା ସେମିତି ଅଧିକ ନୁହେଁ । ସେହି ଧାରାକୁ ଦେଖିଲେ, ଓଡିଶା ଭଲ ସ୍ଥିତିରେ ରହିଛି । ସମସ୍ତ ବର୍ଗର ଲୋକଙ୍କ ଆଣ୍ଟିବଡି ଭଲ ରହିଛି । ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ଶରୀରରେ ୭୩ ପ୍ରତିଶତ ଓ ଶିଶୁମାନଙ୍କର ଆଂଟିବଡି ମଧ୍ୟ ଭଲ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସମସ୍ତଙ୍କ ଦେହରେ ଆଂଟିବଡି ସୃଷ୍ଟି ହେଲାଣି ବୋଲି ଏଥିରୁ ସୂଚନା ମିଳୁଥିବା ସେ କହିଛନ୍ତି । ଟୀକାକରଣ ଅଭିଯାନ କାମ କରୁଛି ଓ କୋଭିଶିଲ୍ଡ ଏବଂ କୋଭାକ୍ସିନ ଭିତରେ କିଛି ଫରକ ନ ଥିବା ଜଣାପଡିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.