ପିପିଲି ଭୋଟ୍ : ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ

ପିପିଲି – ପିପିଲି ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ଚାଲିଛି । ଦିନ ଗୋଟାଏ ସୁଦ୍ଧା ମତଦାନ ୪୫ ଦଶମିକ ୩୨ ପ୍ରତିଶତ ରହିଛି । କୋଭିଡ କଟକଣା ଓ କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପାଗ ଅନୁକୂଳ ଥିବାରୁ ଭୋଟ୍ ପ୍ରତିଶତ ଆହୁରି ବଢିବ ବୋଲି ଆଶା କରାଯାଉଛି । ମତଦାନ ସଂଧ୍ୟା ୬ଟା ଯାଏଁ ଚାଲିବ । କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିବାର ରିପୋର୍ଟ ମିଳିନାହିଁ । ପିପିଲି ବ୍ଲକ୍‌ର ସମୁଦାୟ ୧୯୯ ଓ ଡେଲାଙ୍ଗର ୧୪୯ଟି ବୁଥରେ ମତଦାନ ହେଉଛି । ୨ ଲକ୍ଷ ୨୯ ହଜାରରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

Comments are closed.