ହକିରୁ ଅବସର ଘୋଷଣା କଲେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର – ଓଡିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଅବସର ଘୋଷଣା କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର ଲାକ୍ରା । ହକିରୁ ବୀରେନ୍ଦ୍ରଙ୍କ ଅବସର ନେଇ ହକି ଇଣ୍ଡିଆ ଟ୍ୱିଟ୍ କରିଛି । ୨୦୧ଟି ଆନ୍ତର୍ଜାତିକ ମ୍ୟାଚରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ବୀରେନ୍ଦ୍ର ଲାକ୍ରା । ରାଉରକେଲାରେ ଜନ୍ମିତ ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଡିଫେଣ୍ଡର ଥିଲେ । ସେ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକ୍ସରେ ମଧ୍ୟ ଖେଳିଥିଲେ ।

Comments are closed.