ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଗଣ ଅଭିଯାନ

ବ୍ରହ୍ମପୁର -ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ 2 ଦିନିଆ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ନିଆଯିବା ସହ ସଚେତନତା ରାଲି ବାହାର କରିଯାଇଛି । ଏହି ଅଭିଯାନ ସ୍ୱରୂପ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟାନ୍ୟ ଅଧିକାରୀ ନିଜେ ବିଭିନ୍ନ ସ୍ଥାନ ବୁଲି ଗୋଷ୍ଠୀ ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଏଣିକି ପ୍ରତି ସୋମବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଦିବସ ଓ ଜଳ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

Comments are closed.