ବେଙ୍ଗଳୁରୁ ହକି ପ୍ରଶିକ୍ଷଣ ଶିବିର ପାଇଁ ଘୋଷିତ ଦଳରେ ଓଡିଶାର ୬ ଖେଳାଳି

ଭୁବନେଶ୍ୱର – ଆସନ୍ତା ୪ ତାରିଖରୁ ବେଙ୍ଗଳୁରୁର ଭାରତୀୟ କ୍ରୀଡା ପ୍ରାଧିକରଣ-ଏସଏଆଇରେ ଆରମ୍ଭ ହେବାକୁ ଥିବା ହକି ପ୍ରଶିକ୍ଷଣ ଶିବିର ପାଇଂ ୩୦ ଜଣିଆ ଦଳରେ ଓଡିଶାର ୬ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ଦୀପସାନ ତିର୍କି, ସୁମନ ବେକ୍ , ଆଶିଷ କୁମାର ଟପ୍ନୋ ଓ ନୀଲମ ସଞ୍ଜୀବ ଜେସ୍ । ଆଗାମୀ ଟୁର୍ଣ୍ଣାମେଂଟ ପାଇଁ ଦଳ ଚୟନ କରିବାକୁ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି ।

Comments are closed.