ପିପିଲି ଭୋଟ୍ ଗଣତି ଜାରି, ବର୍ଷକ ମଧ୍ୟରେ ଉପନିର୍ବାଚନ ବିଜୟର ହ୍ୟାଟ୍ରିକ ଅପେକ୍ଷାରେ ବିଜେଡି

ପିପିଲି – ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ପୁରୀ ପେଣ୍ଠକଟା ଓୟାର ହାଉସରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ ଗଣନା କରାଯାଇଥିଲା । ପୋଷ୍ଟାଲ ବ୍ୟାଲଟ ପରେ ଇଭିଏମ ଭୋଟ୍ ଗଣନା ଆରମ୍ଭ ହୋଇଛି । ଗତମାସ ୩୦ ତାରିଖରେ ଏହି ଆସନରେ ଭୋଟ୍ ନିଆଯାଇଥିଲା । ମତଦାନ ହାର ୭୮ ଦଶମିକ ୨୫ ପ୍ରତିଶତ ଥିଲା । ବିଜେଡି ଏଥର ଅଧିକ ବ୍ୟବଧାନରେ ବିଜୟୀ ହୋଇ ଆସନ ବଜାୟ ରଖିବାକୁ ଆଶା ରଖିଛି । ବିଜେପି ମଧ୍ୟ ଏଥର ଜିତିବାକୁ ଆଶାବାଦୀ ରହିଛି । କଂଗ୍ରେସ ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ ଆଶା କରୁଛି ।

ବର୍ଷକ ମଧ୍ୟରେ ଏହା ହେଉଛି ରାଜ୍ୟରେ ତୃତୀୟ ଉପନିର୍ବାଚନ । ପୂର୍ବରୁ ଗତବର୍ଷ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନରେ ବାଜି ମାରିଥିଲା ବିଜେଡି । ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ପିପିଲି ଶେଷ ନିର୍ବାଚନ ଥିବାରୁ ଏହାର ଗୁରୁତ୍ୱ ସବୁ ପ୍ରମୁଖ ଦଳ ପାଇଁ ବଢିଯାଇଛି ।

Comments are closed.