ପିପିଲି ଭୋଟ୍ ଗଣତିି : ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୧ ହଜାର ୪୦୬ ଭୋଟରେ ଆଗୁଆ

ପିପିଲି – ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୨ ହଜାର ୬୪୯ ଭୋଟ୍ । କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ୭୬୬ ଭୋଟ୍ ମିଳିଛି । ଆଜି ସକାଳ ୮ଟାରେ ପୁରୀ ପେଣ୍ଠକଟା ଓୟାର ହାଉସରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ ଗଣନା କରାଯାଇଥିଲା । ପୋଷ୍ଟାଲ ବ୍ୟାଲଟ ପରେ ଇଭିଏମ ଭୋଟ୍ ଗଣନା ଆରମ୍ଭ ହୋଇଛି । ଗତମାସ ୩୦ ତାରିଖରେ ଏହି ଆସନରେ ଭୋଟ୍ ନିଆଯାଇଥିଲା । ମତଦାନ ହାର ୭୮ ଦଶମିକ ୨୫ ପ୍ରତିଶତ ଥିଲା ।

Comments are closed.