ଏଣିକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଇନିସିଆଲ୍ ଆପଏଂଟିଜ୍ ଭାବେ ନିଯୁକ୍ତି,ପାଇବେ ୫୦ ପ୍ରତିଶତ ଅଧିକ ଦରମା, ୬ ବର୍ଷ ପରେ ଚାକିରି ହେବ ନିୟମିତ | News Room Odisha

ଏଣିକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଇନିସିଆଲ୍ ଆପଏଂଟିଜ୍ ଭାବେ ନିଯୁକ୍ତି,ପାଇବେ ୫୦ ପ୍ରତିଶତ ଅଧିକ ଦରମା, ୬ ବର୍ଷ ପରେ ଚାକିରି ହେବ ନିୟମିତ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଂଟିଜ୍ ଭାବେ ନିଯୁକ୍ତି ପାଇବେ । ଏବେ ସେମାନେ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ଅନୁମୋଦନ ମିଳିଛି । ଚାକିରୀର ପ୍ରଥମ ବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ସରକାର ଘୋଷଣା କରିଛନ୍ତି । ଚାକିରିର ୬ ବର୍ଷ ପରେ ନିୟମିତ ଚାକିରିର ମାନ୍ୟତା ମିଳିବ । ଏଥିପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଅଧିକ ବ୍ୟୟ କରିବୋ ବୋଲି କ୍ୟାବିନେଟ ବୈଠକ ଶେଷରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।