ଆଜିଠାରୁ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର- ଯୁକ୍ତ ୨ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗରେ ଖାଲି ଥିବା ସିଟ୍ ପୂରଣ ପାଇଁ ପୁଣି ଥରେ ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୨୫ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା ୩୦ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସାମ୍‌ସ ୱେବସାଇଟ୍‌ www.samsodisha.gov.inରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ୩୦ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ନାମଲେଖା ହେବ । ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଡାଟା ଅପଡେଟେସନ ନଭେମ୍ବର ୫ ସୁଦ୍ଧା ଶେଷ ହେବ ।

ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ଆବେଦନ କରି କୌଣସି ଶିକ୍ଷାନୁଷ୍ଠାନ ପାଇଁ ଚୟନ ହୋଇ ନ ଥିବା ଛାତ୍ରଛାତ୍ରୀ ସିଏଏଫ ଫି’ ନ ଦେଇ ପୂର୍ବ ଲଗ୍ ଇନ୍ ଜରିଆରେ ପୁଣି ଥରେ ଆବେଦନ କରିପାରିବେ । ନାମଲେଖା ସମୟରେ କଲେଜରେ କେବଳ ଡକ୍ୟୁମେଂଟ ଯାଂଚ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Comments are closed.