ମାଲକାନଗିରି ମାଥିଲିରେ ପୋଲିସ-ନକ୍ସଲ ଗୁଳି ବିନିମୟ, ୨ ମହିଳାଙ୍କ ସମେତ ତିନି ନକ୍ସଲ ମୃତ | News Room Odisha

ମାଲକାନଗିରି ମାଥିଲିରେ ପୋଲିସ-ନକ୍ସଲ ଗୁଳି ବିନିମୟ, ୨ ମହିଳାଙ୍କ ସମେତ ତିନି ନକ୍ସଲ ମୃତ

ମାଲକାନଗିରି –ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡରେ ପୋଲିସ -ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ମୃତ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଜବତ ହୋଇଛି । ଗୁଳି ବିନିମୟ ନେଇ ଡିଜିପି ଅଭୟ ପ୍ରେସମିଟରେ ସୂଚନା ଦେଇଛନ୍ତି । ତୁଳସୀ ପାହାଡରେ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରେ ୫ରୁ ଅଧିକ କ୍ୟାଡର ନକ୍ସଲ ଥିଲେ । ପୋଲିସର କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ଘଟି ୩ ନକ୍ସଲଙ୍କ ମୃତ୍ୟୁ ହୋଇଛି ।