ମନୀଷ ଅନୁରାଗ ମୃତ୍ୟୁ ମାମଲା : କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ଆଗରେ ୨ ଯୁବକଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ୨ ଜଣ ଯୁବକ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ସ୍ପେଶାଲ ସ୍କ୍ୱାଡ୍ ନିକଟରେ ୨ ଯୁବକ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର ଭୁବନେଶ୍ୱର ଅଣାଯାଇ ଜେରା କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ସମସ୍ତ ଚାରି ସନ୍ଦିଗ୍ଧ ପୋଲିସ କବଜାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ମନୀଷ ଅନୁରାଗ ଓରଫ ଗୁଡ୍ଡୁଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିବା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା । କିନ୍ତୁ ଶ୍ୱାସରୁଦ୍ଧ କେମିତି ହେଲା ଓ ଏହାପଛରେ କାରଣ , ତାହା ସ୍ପଷ୍ଟ ହୋଇନାହିଁ । କିଛି ଦିନ ତଳେ ପାତ୍ରପଡାର ଏକ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।

Comments are closed.