କେନ୍ଦ୍ରର ଗାଇଡଲାଇନ ଓ ଟିକା ଆସିଲେ ରାଜ୍ୟରେ ପିଲାଙ୍କର ହେବ କୋଭିଡ ଟିକାକରଣ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଶିଶୁଙ୍କୁ କୋରୋନା ଟିକା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ରର ଗାଇଡଲାଇନ ଓ ଟିକା ଆସିଲେ ୨ ରୁ ୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ହେବ । ଟାସ୍କଫୋର୍ସର ରିପୋର୍ଟ ଅନୁସାରେ ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ –ଡିସିଜିଆଇ ଟିକାକୁ ଅନୁମୋଦନ କରିବ । ପିଲାମାନଙ୍କୁ କୋରୋଟା ଟିକା ଦେବା ନେଇ ରାଜ୍ୟରେ ଭିତ୍ତିଭୂମିର ଅଭାବ ନାହିଁ । ଶିଶୁଙ୍କୁ ଡିପିଟି ଓ ପୋଲିଓ ଟିକା ଦିଆଯାଇଛି । ତେଣୁ ଲୋକଙ୍କ ବି ଅଭାବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେବେ, କେନ୍ଦ୍ର ସରକାରଙ୍କ ଗାଇଡଅଲାଇନ ଆସିଲେ ରାଜ୍ୟରେ ଟିକାକରଣ ହେବ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କୋରୋନା ସଂକ୍ରମଣ ବୃଦ୍ଧି ପାଇଲେ ଉଦବେଗଜନକ ସ୍ଥିତି ସୃୃଷ୍ଟି ହେବ । ଭୁବନେଶ୍ୱରରେ ଲୋକେ ନିୟମ ନ ମାନି ଭିଡ ଜମାଉଛନ୍ତି । ତେଣୁ ସଂକ୍ରମଣ ବଢୁଛି । ଆଗକୁ ସ୍ଥିତି କଣ ହେବ, ସେ ନେଇ ନଜର ରଖିବାକୁ ହେବ ବୋଲି ସେ କହିଛନ୍ତି ।

Comments are closed.