ବିନା ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ରାଜଧାନୀର ରେସ୍ତୋରାଁ ସିଲ୍ କଲା ବିଏମସି

ଭୁବନେଶ୍ୱର- ରାଜଧାନୀର ନିକୋ ପାର୍କ ନିକଟରେ ଥିବା ନାଇନ୍‌ଥ ଷ୍ଟ୍ରିଟ୍ ରେସ୍ତୋରାଁକୁ ସିଲ୍ କରିଛି ବିଏମସି । ବିନା ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ସୂଚନା ପାଇବା ପରେ ସଂପ୍‌ୃକ୍ତ ରେସ୍ତୋରାଁକୁ ସିଲ୍ କରିଦିଆଯାଇଛି । ବିଏମସି କମିଶନର ସଂଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏହାର ଦକ୍ଷିଣ-ପୂର୍ବ ଜୋନ ଏନଫୋର୍ସମେଂଟ୍ ସ୍କ୍ୱାଡ୍ ରେସ୍ତୋରାଁକୁ ସିଲ୍ କରିଥିଲେ । ବିନା ଅନୁମତିରେ ରେସ୍ତୋରାଁ ଆଜି ଓ କାଲି ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରିବାର ଥିଲା । ଏଥିପାଇଁ ଅନଲାଇନରେ ଟିକେଟ ମଧ୍ୟ ବିକ୍ରି କରାଯାଇଥିଲା ।

Comments are closed.