ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷର ପଟେଲଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ସାମିଲ

ନୂଆଦିଲ୍ଲୀ: ବିସିସିଆଇ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି । ଅକ୍ଷରଙ୍କୁ ଷ୍ଟାଣ୍ଡ ବାଇ ତାଲିକାରେ ରଖାଯାଇଛି। ଫର୍ମ ପାଇଁ ସଂଘର୍ଷ କରୁଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦଳରେ ସ୍ଥାନ ବଜାୟ ରଖିଛନ୍ତି।

ଟିମ୍ ଇଣ୍ଡିଆକୁ ଅଭ୍ୟାସରେ ସହଯୋଗ କରିବାକୁ ନେଟ୍ ବୋଲରଙ୍କ ତାଲିକା ମଧ୍ୟ ବିସିସିଆଇ ପ୍ରକାଶ କରିଛି। ଏହି ଖେଳାଳିଙ୍କ ମଧ୍ୟରେ ଅଭେଶ ଖାନ, ଉମ୍ରାନ ମଲିକ, ହର୍ଷଲ ପଟେଲ, ଲୁକମାନ ମେରିୱାଲା, ଭେଙ୍କଟେଶ ଆୟର, କରଣ ଶର୍ମା, ଶାହାବାଜ ଅହମ୍ମଦ ଏବଂ କେ.ଗୌତମ ଅଛନ୍ତି। ଆଇପିଏଲ୍ ଶେଷ ହେବା ପରେ ଏମାନେ ୟୁଏଇରେ ଟିମ୍ ଇଣ୍ଡିଆକୁ ଅଭ୍ୟାସରେ ସହଯୋଗ କରିବାକୁ କରିବା ପାଇଁ ରହିବେ ।

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା (ଉପଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଓ୍ବିକେଟ୍ କିପର), ଇଶାନ କିଶନ(ଓ୍ବିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି |

ଷ୍ଟାଣ୍ଡବାଇ ଖେଳାଳି: ଶ୍ରେୟସ୍ ଆୟର, ଦୀପକ ଚହର, ଅକ୍ଷର ପଟେଲ |

Comments are closed.