ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ, ୧୬ ଓ ୧୭ ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର- ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ପହଂଚିବା ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ସ୍ୱଳ୍ପ ବୃଷ୍ଟି ହୋଇପାରେ । ଆସନ୍ତା ୧୬ ଓ ୧୭ ତାରିଖରେ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିିଛି ।

Comments are closed.