ରାଜ୍ୟରେ ୫୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୫ ଜଣ ଶିଶୁ କିଶୋର ଅଛନ୍ତି । ସଙ୍ଗରୋଧରୁ ୩୦୪ ଓ ସ୍ଥାନୀୟ ଅଂଚଳରୁ ୨୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ ଓ କଟକରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୧, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୯, ନୟାଗଡରୁ ୯, ଯାଜପୁରରୁ ୯, ସୁନ୍ଦରଗଡରୁ ୮, କୋରାପୁଟରୁ ୬, ବଲାଙ୍ଗୀରରୁ ୪, କେନ୍ଦୁଝରରୁ ୪, ଗଞ୍ଜାମରୁ ୩, ଭଦ୍ରକରୁ ୩, ବରଗଡରୁ ୩, କଳାହାଣ୍ଡିରୁ ୩, ଅନୁଗୁଳରୁ ୨, ଢେଙ୍କାନାଳରୁ ୨, ଝାରସୁଗୁଡାରୁ ୨, ବୌଦ୍ଧରୁ ୧, ରାୟଗଡାରୁ ୧, ସୁବର୍ଣ୍ଣପୁରରୁ ୧, କନ୍ଧମାଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୩୩ ହଜାର ୮୦୯ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ୧୦ ଲକ୍ଷ ୨୦ ହଜାର ୧୬୮ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ହଜାର ୩୧୪ ରହିଛି ।

Comments are closed.