ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ : ବାତ୍ୟାା ଆଶଙ୍କା ଦୂର କଲା ପାଣିପାଗ ବିଭାଗ, କେବଳ ବର୍ଷା

ଭୁବନେଶ୍ୱର- ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା ଉପକୂଳରେ ପହଂଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ସ୍ୱଳ୍ପ ବୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅକ୍ଟୋବର ୧୬ ଓ ୧୭ ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ତେବେ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଲଘୁଚାପ ଯୋଗୁଁ ବାତ୍ୟା ଆଶଙ୍କା ନାହିଁ । ଲଘୁଚାପ ପ୍ରଭାବରେ କେବଳ ପ୍ରବଳ ବର୍ଷା ହେବ, ବାତ୍ୟାର ଆଶଙ୍କା ନାହିଁ ବୋଲି କୁହାଯାଇଛି । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ କରିଛି ପାଣିପାଗ ବିଭାଗ ।

Comments are closed.