ଶ୍ରୀମନ୍ଦିର ଦର୍ଶନ ପାଇଁ ସଂଶୋଧିତ ଏସଓପି ଜାରି

ପୁରୀ – ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସଂଶୋଧିତ ଏସଓପି ଜାରି ହୋଇଛି । ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ସଂଶୋଧିତ ନିୟମାବଳୀ । ସକାଳ ୭ରୁ ରାତି ୯ ଯାଏଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଶୋଧନ ପାଇଁ ସବୁ ରବିବାର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଦର୍ଶନ । ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୋଭିଡର ୨ ଡୋଜ୍ ଟିକାକରଣର ପ୍ରମାଣପତ୍ର ଦେଖାଇ ଦର୍ଶନ କରିବେ ଭକ୍ତ । ନଚେତ ୯୬ ଘଂଟା ମଧ୍ୟରେ ହୋଇଥିବା ଆରଟିପିସିଆର୍ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ । ଫୁଲ, ଭୋଗ ଓ ଦୀପ ଶ୍ରୀମନ୍ଦିର ଭିତରକୁ ନେଇ ହେବ । ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ବି ଖାଇ ହେବ । ପଲିଥିନ ବ୍ୟାଗ୍ ନେଲେ ୧୦୦, ପାନ, ଗୁଟଖା ଖାଇଲେ ୫୦୦ ଟଙ୍କା ତଣ୍ଡ ଦେବାକୁ ପଡିବ ।

Comments are closed.