ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ନୁହେଁ, କେବଳ ଭୁବନେଶ୍ୱର ପାଇଁ ଚିନ୍ତା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ତଳ ଉପର ହେଉଛି । କେତେବେଳେ ବଢୁଛି ତ କେତେବେଳେ କମୁଛି । କିନ୍ଥ ସ୍ଥିତି ଉଦବେଗଜନକ ନୁହେଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କେବଳ ଭୁବନେଶ୍ୱର ପାଇଁ ଟିକେ ଚିନ୍ତା ରହିଛି । ୩ ମାସ ହେଲା ସଂକ୍ରମଣ ତଳ ଉପର ହେଉଛି । ରାଜ୍ୟର ସବୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ଆଜି ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଲୋକେ କୋରୋନା ଗାଇଡଲାଇନ ମାନି ନିଜେ ସଚେତନ ହେବା ଉଚିତ । ସବୁବେଳେ ଜଗି ହେବ ନାହିଁ । ମେଡିକାଲ ଆଡମିଶନ କମ୍ ରହିଛି ବୋଲି କହିବା ସହ ଟିକା ନ ନେଇଥିଲେ ଏବେ ନେବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.