ଭୁବନେଶ୍ୱର – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆନ୍ଦୋଳନର ବାର୍ତ୍ତାବହ ଗଡଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୟନ୍ତୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଦିଗରେ ସାରଙ୍ଗଧର ଦାସଙ୍କ ପ୍ରୟାସ, ଓଡିଆ ସ୍ୱାଭିମାନ ତଥା ସମାଜର ଅବହେଳିତ ଓ ଅସହାୟ ଲୋକଙ୍କ ଉନ୍ନତି ପାଇଁ ସେ କରିଥିବା ଜୀବନବ୍ୟାପୀ ଉଦ୍ୟମ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।