ରାଜ୍ୟରେ ଆଉ ୫୫୬ କୋରୋନା ରୋଗୀ ଚିହ୍ନଟ , ଖୋର୍ଦ୍ଧାକୁ ସର୍ବାଧିକ ୩୦୫

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୫୫୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୨୪ ଓ ସ୍ଥାନୀୟ ଅଂଚଳରୁ ୨୩୨ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୭ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୫, କଟକରୁ ୪୧, ସୁନ୍ଦରଗଡରୁ ୧୮, ସମ୍ବଲପୁରରୁ ୧୭, ମୟୂରଭଞ୍ଜରୁ ୧୫, ପୁରୀରୁ ୧୨, ଜଗତସିଂହପୁରରୁ ୧୧, ଯାଜପୁରରୁ ୧୧, ବାଲେଶ୍ୱରରୁ ୧୦ କେନ୍ଦ୍ରାପଡାରୁ ୮, ଭଦ୍ରକରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧରୁ ୭, ଅନୁଗୁଳରୁ ୫, ଝାରସୁଗୁଡାରୁ ୫, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, କୋରାପୁଟରୁ ୩, ବଲାଙ୍ଗିରରୁ ୧, ଢେଙ୍କାନାଳରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୩୫ ହଜାର ୯୭୩ ଜଣ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୨୨ ହଜାର ୭୮୦ ସୁସ୍ଥ ହୋଇସାରିଛନ୍ତି । ୪ ହଜାର ୮୪୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.